FeaturedLatestNews

ଭୁବନେଶ୍ବର ଏୟାରପୋର୍ଟରେ ଅଜଣା ବ୍ୟାଗକୁ ନେଇ ଆତଙ୍କ

ଭୁବନେଶ୍ବର (ସଂକେତ ଟିଭି): ଗୋଟିଏ ପଟେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଆତଙ୍କି ହମଲାର ଧମକ ଦେଇଥିବାବେଳେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗ୍ ମିଳିଛି । ସିଆଇଏସଏଫ ଡଗ୍ ସ୍କ୍ବାଡ୍ ବ୍ୟାଗ୍ ଯାଞ୍ଚ କରୁଛି । ତେବେ ବ୍ୟାଗ୍‌ଟି କାହାର, ତାହା ସ୍ପଷ୍ଟ ହୋଇନି । ବିମାନବନ୍ଦର ବାହାରେ ନୀଳ ରଙ୍ଗର ବ୍ୟାଗ୍ । ବ୍ୟାଗ୍‌କୁ ଯାଞ୍ଚ ପାଇଁ ସିଆଇଏସଏଫ ବିମାନ ବନ୍ଦର ଭିତରକୁ ନେଇଛନ୍ତି ।

ଭୁବନେଶ୍ବରରେ ଡିଜି ଓ ଏଡିଜି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ଖଲିସ୍ତାନୀ ଧମକ ମିଳିଥିବା ବେଳେ ଏହି ବ୍ୟାଗ୍‌କୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବମ୍ ଥ୍ରେଟ୍ ଆସେସ୍‌ମେଣ୍ଟ କମିଟି ଏହି ବ୍ୟାଗ୍‌କୁ ତନତନ ଯାଞ୍ଚ କରିବେ । କାରଣ କିଛି ଦିନ ତଳେ ଭୁବନେଶ୍ୱର ବିମାନବନ୍ଦରକୁ ସୋସିଆଲ ମିଡ଼ିଆରେ ବୋମା ଆତଙ୍କ ନେଇ ହୋକ୍ସ କଲ୍ ଆସିଥିଲା ।

ସେପଟେ ଏସିଏଫ ଅମିତାଭ ମହାପାତ୍ର କହିଛନ୍ତି ଅଜଣା ବ୍ୟାଗ୍‌କୁ ନେଇ ବିପଦ ନାହିଁ । ଅଜଣା ବ୍ୟାଗ୍ ଯାତ୍ରୀଙ୍କର । ସିଆଇଏସଏଫ ବ୍ୟାଗ୍‌ର ଛାନଭିନ କରିଛନ୍ତି । ଏଥିରେ କିଛି ସନ୍ଦେହଜନକ ସାମଗ୍ରୀ ନଥିବା ସିଆଇଏସଏଫ ସୂଚନା ଦେଇଛି ।