ପୂର୍ବତନ ବ୍ରିଟ୍ ଅଧ୍ଯକ୍ଷ ଗୌରୀ କୁମାର ରାଉତଙ୍କ ପରଲୋକ
ବାଲେଶ୍ବର (ସଂକେତ ଟିଭି): ପୂର୍ବତନ ବ୍ରିଟ୍ ଅଧ୍ଯକ୍ଷ ତଥା ବରିଷ୍ଠ ବିଜେଡି ନେତା ଗୌରୀ କୁମାର ରାଉତଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହେଉଥିଲା । ଗତକାଲି ସନ୍ଧ୍ଯାରେ ତାଙ୍କର ହୃଦଘାଚ ହୋଇଥିଲା । ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟଡାକ୍ତରରେ ଭର୍ତ୍ତି କରାଯାଇଥିଲା । ସେଠାରେ ରାତି ୯.୩୦ରେ ମୃତ୍ୟୁ ଘଟିଥିଲା ।
ସେ ବିଜୁ ଜନତା ଦଳର ଜିଲ୍ଲା ଉପ ସଭାପତି ଥିବାବେଳେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଥିଲେ । ସେ ଜଣେ ମେଳାପି ଓ ମିଷ୍ଟଭାଷୀ ମଣିଷ ଥିଲେ । ତାଙ୍କର ଶେଷ କୃତ୍ୟ ରେମୁଣା ବ୍ଲକ ଗୁଡ୍ ପଞ୍ଚାୟତ ଅନ୍ତର୍ଗତ ସାହାଦା ଗାଁରେ ଅନୁଷ୍ଠିତ ହୋଇଯାଇଛି ।