FeaturedLatestNews

ପାଗଳ ବିଲୁଆ ଆକ୍ରମଣରେ ୧୩ ଗୁରୁତର

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ପଂଚାୟତ ଅଧିନସ୍ତ ଡେମୁରୀଆ ଓ କାଶିଆ ଗ୍ରାମରେ ଆଜି ସକାଳୁ ପାଗଳ ବିଲୁଆ ଆକ୍ରମଣରେ ୧୩ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଗାଁର ୧୦ ପରିବାରର ପ୍ରାୟ ୧୩ ଜଣକୁ ପାଗଳ ବିଲୁଆ ଆକ୍ରମଣ କରି ଗୁରୁତର କରିଛି । ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୯ ଜଣ ମହିଳା ଓ ୪ ପୁରୁଷ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାନ୍ନ ଥିବା ସୂଚନା ମିଳିଛି। ଗାଁରେ ବିଲୁଆ ଉତ୍ପାତ ପରେ, ଗ୍ରାମବାସୀ ବିଲୁଆକୁ ମାରିଦେଇଥିବା ଜଣାପଡ଼ିଛି।