ଏକନାଥ ସିନ୍ଦେ ହସ୍ପିଟାଲରେ ଭର୍ତ୍ତି
ମୁମ୍ୱାଇ (ସଂକେତ ଟିଭି): ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଥାଣେ ସ୍ଥିତ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ରବିବାର ଦିନ ଏକନାଥ ସିନ୍ଦେ ନିଜ ପୈତୃକ ଗାଁରୁ ଫେରିଥିଲେ । ଗତ ଦୁଇରୁ ତିନି ଦିନ ହେବ ଥଣ୍ଡା ଜ୍ୱରରେ ପୀଡିତ ଥିଲେ । ହେଲେ ଆଜି ହଠାତ୍ ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକା ବିଗିଡି ଯାଇଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅପରାହ୍ନରେ ତାଙ୍କୁ ହସପିଟାଲରୁ ଡିସଡାର୍ଜ କରାଯାଇଥିଲା ।
ଥାନେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସିନ୍ଦେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଭଲ ଅଛି, ବ୍ୟସ୍ତ ହୁଅନ୍ତୁ ନାହିଁ।
ମହାରାଷ୍ଟ୍ରରେ ନୂଆ ସରକାର ଶପଥ ଗ୍ରହଣ ସମାରୋହ ପୂର୍ବରୁ ସେ ଅସୁସ୍ଥ ହୋଇପଡିଛନ୍ତି। ଗୁରୁବାର ମହାରାଷ୍ଟ୍ରରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇପାରେ । ଏହି ସମାରୋହରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।