ମୁଖ୍ୟମନ୍ତ୍ରୀଙ୍କୁ ଦେଖାକଲେ ସାବରମତୀ ରିପୋର୍ଟ ର ପ୍ରଯୋଜିକା ଏକତା କପୁର
ଭୁବନେଶ୍ବର (ସଂକେତ ଟିଭି): ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’ର ପ୍ରଯୋଜିକା ଏକତା କପୁର ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ସେ ସିନେମାଟି ଦେଖିବା ଲାଗି ମୁଖ୍ଯମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ସିନେମାଟିକୁ କରମୁକ୍ତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
୨୦୦୨ ଫେବୃଆରି ୨୭ରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’ ଗତ ୧୫ ତାରିଖରେ ସାରା ଦେଶରେ ରିଲିଜ୍ ହୋଇଛି। । ଓଡ଼ିଶାରେ ପ୍ରତିଦିନ ୪୦ରୁ ଅଧିକ ସୋ’ ଲାଗିଛି। ଏହି ଚଳଚ୍ଚିତ୍ରକୁ ଓଡ଼ିଶା ସରକାର କରମୁକ୍ତ କରିଛନ୍ତି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଏନେଇ ବାଚସ୍ପତି ତଥା ଗୃହର ସଦସ୍ୟମାନଙ୍କୁ ଅବଗତ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟୁଇଟ୍ କରି ମଧ୍ୟ ସୂଚନା ଦେଇଥିଲେ ।
୨୦୦୨ ଫେବ୍ରୁଆରିରେ ଘଟିଥିବା ଗୋଧ୍ରା ଘଟଣା ଉପରେ ଆଧାରିତ। ଗୁଜୁରାଟର ଗୋଧ୍ରାରୁ ଅଯୋଧ୍ୟାକୁ ଫେରୁଥିବା ସାବରମତି ଏକ୍ସପ୍ରେସରେ ଯାତ୍ରା କରୁଥିବା କର ସେବକଙ୍କ ବଗିରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ୫୯ ଜଣ କର ସେବକ ପ୍ରାଣ ହରାଇଥିଲେ। ଏହାର ଗୋଟିଏ ଦିନ ପରେ, ଫେବ୍ରୁଆରି ୨୮ରୁ ଗୁଜୁରାଟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା। ଯେଉଁଥିରେ ପ୍ରାୟ ୧୦୦୦ ଲୋକ ପ୍ରାଣ ହରାଇଥିଲେ। ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ଘଟଣାର କିଛି ଦିନ ପରେ, ମାର୍ଚ୍ଚ ୨ ରେ, ସେ ଏକ କମିସନ ଗଠନ କରିଥିଲେ। କମିସନ ଏହି ଘଟଣାର ଅନୁସନ୍ଧାନ କରିଥିଲେ।