ଦେବେନ୍ଦ୍ର ଫଡନାବିସ୍ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ
ମୁମ୍ବାଇ (ସଂକେତ ଟିଭି): ଦେବେନ୍ଦ୍ର ଫଡନାବିସ୍ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ। ବିଜେପି କୋର୍ କମିଟି ବୈଠକରେ ଫଡନାବାସ୍ଙ୍କ ନାଁରେ ମୋହର ବାଜିଥିବା ସୂଚନା ମିଳିଛି। ଫଡନାବିସ୍ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଜି(ବୁଧବାର) ବିଜେପିର କୋର କମିଟି ବୈଠକ ବସିଥିଲା । ସର୍ବସମ୍ମତି କ୍ରମେ ଦେବେନ୍ଦ୍ର ଫଡନାବିସଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ କମିଟି ଚୟନ କରିଛି ।
ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ହେବା ସହ ଶିବସେନା ନେତା ଏକନାଥ ସିନ୍ଧେ ଓ ଏନ୍ସିପି ନେତା ଅଜିତ୍ ପାଓ୍ୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଆସନ୍ତାକାଲି ଅପରାହ୍ନରେ ଦେବେନ୍ଦ୍ର ଫଡନାଭିସଙ୍କ ସହ ଏହି ଦୁଇ ନେତା ପଦ ଓ ଗୋପନୀୟତାର ଶପଥ ପାଠ କରିପାରନ୍ତି। ଗୁରୁବାର ଅପରାହ୍ନ ୫ ଟା ୩୦ ମିନିଟ୍ ସମୟରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଥିପାଇଁ ଆଜାଦ୍ ମୈଦାନକୁ ପ୍ରସ୍ତୁତ କରାଯାଉଛି । ତେବେ ବର୍ତ୍ତମାନ ମହାୟୁତି ମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଥାବାର୍ତ୍ତା ଶେଷ ହେଇଥିବା କୁହାଯାଉଛି ।
ଅନ୍ୟପଟେ ବର୍ତ୍ତମାନ ମହାରାଷ୍ଟ୍ରରେ ବିଜେପି ବିଧାୟକ ଦଳର ବୈଠକ ଜାରି ରହିଛି । ମହାରାଷ୍ଟ୍ରରେ ସରକାର ଗଠନ ଦାବିରେ ବୁଧବାର ଅପରାହ୍ନ ୩.୩୦ରେ ବିଜେପି-ଶିବସେନା-ଏନ୍ସିପିକୁ ନେଇ ଗଠିତ ମହାୟୁତି ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇବେ।