CrimeFeaturedLatestNews

କୁକୁଡ଼ା ଭାଡି ଖୋଲି ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ସୁନା ଗହଣା

ଭଦ୍ରକ (ସଂକେତ ଟିଭି): ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ, ଘର ଲୋକେ ଘରୁ ବାହାରିବା ପରେ ବେକରେ ଛୁରୀ ଲଗାଇ ଲୁଟିଲେ, ବିରୋଧ କରିବାରୁ ଆକ୍ରମଣ କଲେ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ୬ ଜଣ ଅଜଣା ଦୃର୍ବୁତ୍ତ ବୁଧବାର ରାତିରେ ମାଧବ ସେଠୀଙ୍କ ଘରେ ପଶି ପ୍ରଥମେ ଘର୍ ସାମ୍ନାରେ ଥିବା କୁକୁଡ଼ା ଭାଡ଼ି ଖୋଲି ଦେଇଥିଲେ । କୁକୁଡ଼ାଙ୍କ ଶବ୍ଦ ଶୁଣି ଘର ଲୋକେ ବାହାରକୁ ଆସିଥିଲେ।ଏହି ସମୟରେ ପ୍ରାୟ ୬ ଜଣ ଦୃର୍ବୁତ୍ତ ଘର ଭିତରକୁ ପଶିଥିଲେ । ଏହାପରେ ଘରେ ଥିବା ମହିଳାଙ୍କ ବେକରେ ମାରଣାସ୍ତ୍ର ଲଗାଇ ସୁନା ଗହଣା ମାଗିଥିଲେ । ନଦେବାରୁ ଛୋଟ ପିଲାଙ୍କୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ। ପରେ ଘରେ ଥିବା ପୁରୁଷ ଲୋକେ ଏହାକୁ ବିରୋଧ କରିବାରୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସେମାନେ ଘରେ ଥିବା ମହିଳାଙ୍କ ଠାରୁ ସୁନାଗହଣା ଲୁଟିନେଇଥିଲେ। ଦୁର୍ବୁତ୍ତଙ୍କ ଆକ୍ରଣରେ ଗୁରୁତର ହୋଇଥିବା ଘରର ୩ ମହିଳା ଏବଂ ଜଣେ ପୁରୁଷଙ୍କୁ ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହିତ ଅଧିକ ଛାନଭିନ୍ ଜାରି ରଖିଛି।