FeaturedGeneralLatestPolitics

ମହାରାଷ୍ଟ୍ରରେ ବିଜେପିକୁ ଏକନାଥ ସିନ୍ଦେଙ୍କର ଆଉ ଦରକାର ନାହିଁ : ସଞ୍ଜୟ ରାଉତ

ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ରରେ ବିଜେପିକୁ ଆଉ ଏକନାଥ ସିନ୍ଦେଙ୍କର ଦରକାର ନାହିଁ। ଏବେ ଏକନାଥ ସିନ୍ଦେଙ୍କ ସମୟ ସମାପ୍ତ ହୋଇଛି। ମହାରାଷ୍ଟ୍ର ରାଜନୀତିରେ ତାଙ୍କର ଆବଶ୍ୟକତା ଶେଷ ହୋଇଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏହା କହିଛନ୍ତି ।

ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଗୁରୁବାର ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ସମୟରେ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକନାଥ ସିନ୍ଦେଙ୍କ ସମ୍ପର୍କରେ ବିବୃତି ଦେଇଛନ୍ତି।

ସେ କହିଛନ୍ତି ସିନ୍ଦେ ଏବେ ଆଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ବିଜେପି ମଧ୍ୟ ସିନ୍ଦେଙ୍କ ଦଳକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର ରଚିବାର ଆଶଙ୍କା ରହିଛି। ଗୁରୁବାରଠାରୁ ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ।

ସେ କହିଛନ୍ତି, ସଂଖ୍ୟାଗରିଷ୍ଠତା ସତ୍ତ୍ବେ ସେମାନେ ୧୫ଦିନ ପର୍ଯ୍ୟନ୍ତ ସରକାର ଗଠନ କରିପାରି ନ ଥିଲେ। ଯାହାର ସ୍ପଷ୍ଟ ଅର୍ଥ ହେଉଛି ପାର୍ଟି ଭିତରେ କିଛି ଗୋଷ୍ଠୀ କନ୍ଦଳ ଚାଲିଛି। ଶପଥ ଗ୍ରହଣ ପରେ ଏହି ବିଶୃଙ୍ଖଳା ଦେଖିବାକୁ ମିଳିବ। ସେମାନେ ଦେଶର ସ୍ୱାର୍ଥ ପାଇଁ କାମ କରୁ ନାହାନ୍ତି, ସେମାନେ ନିଜ ନିଜର ସ୍ୱାର୍ଥ ପାଇଁ ଏକାଠି ହୋଇଛନ୍ତି। କିନ୍ତୁ ତଥାପି ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛୁ ଏବଂ ଆଗାମୀ ସମୟରେ ଆପଣ ମହାରାଷ୍ଟ୍ରର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉଚିତ୍ ବୋଲି ସଞ୍ଜୟ କହିଛନ୍ତି।