EntertainmentFeaturedLatest

ମୁକ୍ତିଲାଭ କଲା ପୁଷ୍କା-୨, ରିଲିଜ୍ ହେବାମାତ୍ରେ ଅନଲାଇନରେ ହେଲା ଲିକ୍

ମୁମ୍ବାଇ (ସଂକେତ ଟିଭି): ଗୁରୁବାର ବହୁ ପ୍ରତିକ୍ଷିତ ଫିଲ୍ମ ‘ପୁଷ୍ପା-୨: ଦି ରୁଲ’ରିଲିଜ ହୋଇଛି। ଫିଲ୍ମରେ ଅଲୁ ଅର୍ଜୁନଙ୍କ ସ୍ବାଗ୍ ଏବଂ ରଶ୍ମିକାଙ୍କ ସହିତ ତାଙ୍କର ଯୋଡ଼ିକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମର ପ୍ରଥମ ପାର୍ଟ ହିଟ୍ ହେବା ପରେ ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି। ଫିଲ୍ମର ଆଗୁଆ ବୁକିଂ ଏବଂ ପ୍ରଥମ ଦିନର ଆୟକୁ ନଜରରେ ରଖି ସମସ୍ତେ କହୁଛନ୍ତି କି ଏହି ଫିଲ୍ମ ଦକ୍ଷିଣ ଭାରତୀୟ ସିନେମା ସହିତ ବାକି ସମସ୍ତ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଦେବ। । ଫିଲ୍ମ ୱାର୍ଲଡୱାଇଡ ୨୫୦ କୋଟି ଟଙ୍କାରୁ ଅଧିକ ଓପନିଂ କରିବ ବୋଲି ଟାର୍ଗେଟ୍ ରଖିଛି।

ସେପଟେ ଏହି ଫିଲ୍ମ ପାଇରେସି ସାଇଟ ମାନଙ୍କରେ ଅନଲାଇନ ଲିକ୍ ହୋଇଯାଇଛି। ରିପୋର୍ଟ ଅନୁସାରେ ଏହି ଫିଲ୍ମ ଏବେ ଇବୋମ୍ମା, ମୁଭିରୁଲସ୍, ତାମିଲ ରକର୍ସ, ଫିଲ୍ମ ଜିଲ୍ଲା, ତାମିଲୟୋଗୀ, ତାମିଲ ବ୍ଲାଷ୍ଟର୍ସ, ବଲିଫୋରୟୁ ଭଳି ପାଇରସୀ ପ୍ଲାଟଫର୍ମରେ ମାଗଣା ଡାଉନଲୋଡ ନିମନ୍ତେ ମିଳୁଛି। ଏହାକୁ ୧୦୮୦ପି, ୭୨୦ପି, ୪୮୦ପି, ୩୬୦ପି, ୨୪୦ପି ଏଚଡିରେ ଲୋକେ ଡାଉନଲୋଡ କରି ବେଶ୍ ମଉଜରେ ଦେଖୁଛନ୍ତି। ଏହି ଫିଲ୍ମକୁ ଲୋକେ ‘ପୁଷ୍ପା ଦ ରୁଲ’ ମୁଭି ଡାଉନଲୋଡ, ‘ପୁଷ୍ପା ଦ ରୁଲ’ ମୁଭି ଏଚଡି ଡାଉନଲୋଡ, ପୁଷ୍ପା ଦ ରୁଲ ତାମିଲ ରକର୍ସ ଏଚଡି ଡାଉନଲୋଡ ସର୍ଚ୍ଚ ସହିତ ନିଶୁଳ୍କ ଡାଉନଲୋଡ କରି ହେଉଛି।