ପୋଲାଭରମ୍ ପ୍ରସଙ୍ଗରେ ବିଧାନସଭା ସରଗରମ, ଲଢ଼େଇ ଜାରି ରଖିବ କହିଲେ ନବୀନ
ଭୁବନେଶ୍ବର (ସଂକେତ ଟିଭି): ପୋଲାଭରମ୍ ପ୍ରସଙ୍ଗରେ ବିଧାନସଭା କଂଗ୍ରେସ ସଦସ୍ୟ ହୋହଲ୍ଲା ଓ ନାରାବାଜି କରିଛନ୍ତି । ପୋଲାଭରମ୍ ପ୍ରସଙ୍ଗରେ ମୁଲତବୀ ଗ୍ରହଣ ନ ହେବାରୁ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି । ଡବଲ୍ ଇଞ୍ଜିନ ସରକାର ହାଏ ହାଏ, ଡବଲ୍ ଇଞ୍ଜିନ ସରକାର ଧିକ୍ ଧିକ୍ ନାରା ଦେଇ ଗୃହ ମଧ୍ୟଭାଗରେ ସେମାନେ ପ୍ରତିବାଦ କରିଛନ୍ତି ।
ଶୁକ୍ରବାର ବିଧାନସଭା ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ପୋଲାଭରମ୍ ପ୍ରସଙ୍ଗ ଉଠାଇଥିଲା । ଏହାସହ ମୁଲତବୀ ପ୍ରସ୍ତାବ ମଧ୍ୟ ଆଣିଥିଲେ । ଏହାକୁ ବାଚସ୍ପତି ଗ୍ରହଣ ନକରିବାରୁ ଗୃହରେ କଂଗ୍ରେସ ବିଧାୟକ ହୋହଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ପରେ ପୁଣି ସମାନ ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ ।
ସେପଟେ ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି, ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ସବୁବେଳେ ଲଢ଼େଇ କରୁଥିଲା । ଆଉ ଆଗକୁ ମଧ୍ୟ ଲଢେଇ ଜାରି ରହିବ ।