FeaturedLatestNews

ବିଏସଏଫ୍ ଆଇଜି ଭାବେ କେନ୍ଦ୍ରୀୟ ଡେପୁଟେସନରେ ଗଲେ ଡି.ଏସ୍ କୁଟ୍ଟେ

ଭୁବନେଶ୍ୱର (ସଂକେତ ଟିଭି): ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍‌ କୁଟ୍ଟେ କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି। ସେ ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି। ଡି.ଏସ୍‌ କୁଟ୍ଟେ ଏବେ ଗୃହ ବିଭାଗର ଓଏସ୍‌ଡି ଅଛନ୍ତି ।

ଦୁଇଦିନ ତଳେ ଅନ୍ୟତମ ଚର୍ଚ୍ଚିତ ତଥା ବିବାଦୀୟ ଆଇପିଏସ୍ ଆଶିଷ ସିଂ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ଅର୍ଦ୍ଧସାମରିକ ବାହିନୀ ଇଣ୍ଡୋ-ତିବ୍ବତ ବର୍ଡର ପୁଲିସ (ଆଇଟିବିପି)ରେ ତାଙ୍କୁ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ୫ବର୍ଷ ପାଇଁ ସେ ଡେପୁଟେସନ୍‌ ନ୍ୟୁଟେସନ୍‌ରେ ଯିବେ ବୋଲି ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତୁରନ୍ତ ତାଙ୍କୁ ରିଲିଭ୍ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି କରିଛି । ଗତ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ପରିଚାଳନାରେ କୁଟ୍ଟେ ଏବଂ ସିଂ ବ୍ୟାପକ ଅନିୟମିତତା କରୁଥିବା ନେଇ ନିର୍ବାଚନ ଆୟୋଗ ଅଧ୍ଯକ୍ଷ ଅଭିଯୋଗ ଆଣିଥିଲେ।