HealthLatestNews

୩୦ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟର ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ । ଖୁବ ଶୀଘ୍ର ନିଯୁକ୍ତି ହେବେ ୫ ହଜାର ଡାକ୍ତର । ୩ହଜାର ପାରା ମେଡିକାଲ ଷ୍ଟାଫ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ।

ସେ କହିଛନ୍ତି ମେଡିକାଲ ନିଯୁକ୍ତି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ୨ଟି ସଂଶୋଧନ କରାଯାଇଛି। ରାଜ୍ୟ ସରକାର ଖୁବ ଶୀଘ୍ର ୫ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ। ଏଥିପାଇଁ ପ୍ରକ୍ରିୟା ଚାଲିଛି । ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।