BusinessFeaturedLatestNews

 ୫ ବର୍ଷରେ ୫୯ ହଜାରରୁ ଅଧିକ ଅନଲାଇନ୍ ଟ୍ରେଡିଂ ଠକେଇର ଶିକାର

ଭୁବନେଶ୍ବର (ସଂକେତ ଟିଭି): ଗତ ୫ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ୍ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି । ଅଧିକ ଟଙ୍କା ପାଇବା ଆଶାରେ ଏବେ ଅଧିକାଂଶ ଯୁବବର୍ଗ ଅନଲାଇନ୍ ଟ୍ରେଡିଂର ରାସ୍ତା ଆପଣାଉଛନ୍ତି। ହେଲେ ଏହି ଅନଲାଇନ୍ ଟ୍ରେଡିଂରେ ସର୍ବସ୍ଵ ହରାଇ ଜୀବନ ହାରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି । ଗତ ୫ ବର୍ଷ ଭିତରେ କେତେ ଯୁବପିଢି ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି । ତାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବିଧାନସଭାରେ ଜାଣିବାକୁ ଚାହିଁଥିଲେ।

ମୁଖ୍ଯମନ୍ତ୍ରୀ କହିଛନ୍ତି ୨୦୧୯ରେ ୧୮ ଜଣ, ୨୦୨୦ରେ ୨୮ ଜଣ, ୨୦୨୧ରେ ୨୨ ଜଣ ଏବଂ ୨୦୨୨ ରେ ମାତ୍ର ୧୦୫ ଜଣ ଲୋକ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଥିବା ବେଳେ ୨୦୨୩ରେ ଏହି ମାମଲା ସାଙ୍ଘାତିକ ଭାବେ ବଢ଼ିଛି । ୨୦୨୩ରେ ୧୮ ହଜାର ୯୯୪ ଲୋକ ଅନଲାଇନ୍ ଟ୍ରେଡିଂ ଠକେଇର ଶିକାର ହୋଇଥିବା ବେଳେ ୨୦୨୪ରେ (୧୧ ମାସ ମଧ୍ୟରେ) ୪୦ ହଜାର ୨୭୦କୁ ସଂଖ୍ୟା ପହଁଚିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।