ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ସୁଜିତ କୁମାର
ଭୁବନେଶ୍ବର (ସଂକେତ ଟିଭି): ବିଜେପି ପ୍ରାର୍ଥୀ ଭାବେ ସୁଜିତ କୁମାର ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ୩୦ଜଣ ବିଧାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜୁ ଜନତା ଦଳ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ପଦ୍ମ ଧରିଥିବା ସୁଜିତ କୁମାରଙ୍କୁ ଆଜି ‘ବିଜେପି’ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ବିଜେପି ସଂସଦୀୟ ବୋର୍ଡ କମିଟି ରାଜ୍ୟସଭା ଉପନିର୍ବାଚନ ପ୍ରାର୍ଥୀ ଭାବେ ସୁଜିତ କୁମାରଙ୍କ ନାଁରେ ମୋହର ମାରିଥିଲା । ଏନେଇ ଦଳର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଥିଲେ । ସେପଟେ ଆଜି ପୂର୍ବାହ୍ନରେ ସୁଜିତ କୁମାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ସଭାପତି ମନମୋହନ ସାମଲଙ୍କୁ ଭେଟିଥିଲେ। ପୂର୍ବରୁ ବିଜେପି ଦୁଇ ସାଂସଦ, ଅଶ୍ବିନୀ ବୈଷ୍ଣବ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇଥିବା ବେଳେ ଏବେ ସୁଜିତଙ୍କ ସହ ଏହି ସଂଖ୍ୟା ତିନିକୁ ବୃଦ୍ଧି ପାଇବାକୁ ଯାଉଛି ।