FeaturedLatestNews

ମିଶନଶକ୍ତିର ମହିଳାମାନଙ୍କ ଦରମା ବନ୍ଦ ପାଇଁ ଷଡଯନ୍ତ୍ର କରୁଛି ବିଜେପି ସରକାର: ନବୀନ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିଛନ୍ତି । ବିଧାନସଭା ଶୀତକାଳନୀନ ଅଧିବେଶନର ପ୍ରଶ୍ନକାଳରେ ଏହାକୁ ନେଇ ବିରୋଧି ଦଳ ଗୃହରେ ପ୍ରତିବାଦ କରିଛନ୍ତି । ଏହା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆନ୍ଦୋଳନରତ ମିଶନ ଶକ୍ତି କର୍ମୀଙ୍କ ପ୍ରତି ନିଜ ସମର୍ଥନ ବ୍ୟକ୍ତ କରିଛନ୍ତି । ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ ବୋଲି ନବୀନ କହିଛନ୍ତି । ସେପଟେ ବିଜେଡି ବିଧାୟକମାନେ ବିଧାନସଭା ଆଗରେ ଆନ୍ଦୋଳନରତ ମିଶନ ଶକ୍ତି କର୍ମୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଗୃହ ବାହାରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପ୍ରତିକ୍ରିୟା ଦେଇ କହିଛନ୍ତି,‘‘ରାଜ୍ୟ ବିଜେପି ସରକାର ମିଶନଶକ୍ତିର ମହିଳାମାନଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରିଛି । ଏହା ଦୁର୍ଭାଗ୍ୟଜନକ ,ଏହାକୁ ମୁଁ ନିନ୍ଦା କରୁଛି । ଆମେ ସର୍ବଦା ମିଶନଶକ୍ତି ମହିଳାଙ୍କ ସଶକ୍ତୀକରଣ ପାଇଁ ସମର୍ଥନ କରିଆସିଛୁ । ଆଗକୁ ମଧ୍ୟ ମିଶନଶକ୍ତି ଅଭିଯାନ ପାଇଁ ଆମ ସମର୍ଥନ ଜାରି ରହିବ ।’

ଏମିତି ସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ମହିଳାଙ୍କୁ ବିଭ୍ରାନ୍ତି କରନ୍ତୁନି ବିରୋଧୀ । ନିଆଯିବ ଉଚିତ ପଦକ୍ଷେପ । ବିଜେପି ସରକାର ମହିଳାଙ୍କ ସ୍ବାର୍ଥକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ବିଶେଷକରି ରାଜ୍ୟରେ ମିଶନ ଶକ୍ତି ମହିଳାଙ୍କ ସ୍ବାର୍ଥ ଓ ଦାବିକୁ ନେଇ ବିଧାନସଭାରେ ଚର୍ଚ୍ଚା ହୋଇଛି । ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଠିକ୍‌ ତାହା କରାଯିବ । କାହା କଥାରେ ବିଭ୍ରାନ୍ତ ହୋଇ ରାସ୍ତାରେ ଗଡିବା ଦରକାର ନାହିଁ ।ବରଂ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ ବୋଲି ମିଶନ ଶକ୍ତି ମହିଳାଙ୍କୁ ଅପିଲ କରିଛନ୍ତି ସେ ।