ଧନଖଡଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିଲେ ବିରୋଧୀ
ନୂଆଦିଲ୍ଲୀ (ସଂକେତ ଟିଭି): ଗୃହ ପରିଚାଳନାରେ ପକ୍ଷପାତିତା ଅଭିଯୋଗରେ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଜଗଦ୍ବୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ଇଣ୍ଡି ମେଣ୍ଟର ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ସହ ଟିଏମସି ଓ ଏସପି ଓ ଆପ୍ ଦଳର ସାଂସଦ ଧନକରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିରେ ୭୦ଜଣ ସାଂସଦଙ୍କ ହସ୍ତାକ୍ଷର ରହିଥିବା ଜଣାପଡିଛି। ଶାସକ ଏବଂ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଉଭୟ ସଦନ ଲୋକସଭା ଓ ରାଜ୍ୟ ସଭାକାର୍ଯ୍ୟ ପ୍ରଣାଳୀ ପ୍ରଭାବିତ ହୋଇଛି । ଆଜି ରାଜ୍ୟସଭା ପ୍ରସୋଡିଂ ପୁଣି ସ୍ଥଗିତ ରଖାଯାଇଛି ।
ଗତକାଲି (ସୋମବାର) ବିରୋଧୀମାନେ ରାଜ୍ୟସଭାରେ ଗୃହକାର୍ଯ୍ୟରେ ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଧନଖଡଙ୍କ ବିରୋଧରେ ଶାସକ- ବିରୋଧୀ ପକ୍ଷପାତିତା ଅଭିଯୋଗକୁ ପ୍ରସଙ୍ଗ କରିଥିଲେ । କଂଗ୍ରେସ ଏବଂ ଟିଏମସିର ଦୁଇଜଣ ବରିଷ୍ଠ ରାଜ୍ୟସଭା ସାଂସଦ କହିଛନ୍ତି ଯେ ଧନଖର ଗୃହକୁ ଶାସକ ଦଳର ସାଧନ ଭାବେ ବ୍ୟବହାର କରୁଛନ୍ତି । ଯାହା ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ । ବିରୋଧୀ ସାଂସଦମାନଙ୍କୁ ଗୃହରେ ପ୍ରସଙ୍ଗ ଉଠାଇବାକୁ ଅଧ୍ୟକ୍ଷ ଅନୁମତି ଦେଉନାହାନ୍ତି। ଏପରିକି ସେମାନଙ୍କର ମତାମତକୁ ମଧ୍ୟ ହାଉସ ପ୍ରୋସିଡିଂ ରେକର୍ଡରୁ ବାଦ ଦିଆଯାଉଛି ବୋଲି ସେମାନେ ଗମ୍ଭୀର ଅଭିଯୋଗ କରିଛନ୍ତି । କେତେବେଳେ ବିରୋଧୀଙ୍କ ମାଇକ ବନ୍ଦ ଓ ପ୍ରୋସିଡିଂ ରେକର୍ଡରୁ ବିବୃତ୍ତିକୁ ବାଦ ଦେବା ପରି ସଙ୍ଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।
ଏହି ଅନସ୍ତା ପ୍ରସ୍ତାବରେ କଂଗ୍ରେସ ସଦସ୍ୟ,. ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି, ତାମିଲନାଡୁର ଡିଏମକେ ଏବଂ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସାଂସଦମାନେ ସାମିଲ ଅଛନ୍ତି । ତେବେ ସଂଖ୍ୟା ଦୃଷ୍ଟିରୁ ଏହି ପ୍ରସ୍ତାବ କାଟ ଖାଇବାର ସମ୍ଭାବନା ମଧ୍ୟ ପ୍ରାୟତଃ ସ୍ପଷ୍ଟ ରହିଛି । ହେଲେ ବିରୋଧୀମାନେ ପ୍ରତୀକାତ୍ମକ ଭାବେ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ଏହି ପ୍ରସ୍ତାବ ଆଗତ କରିଛନ୍ତି ।