ଡମ୍ପର ଧକ୍କାରେ ବାପା ମୃତ, ପୁଅ ଗୁରୁତର
ବାଲେଶ୍ବର (ସଂକେତ ଟିଭି): ଡମ୍ପର ଧକ୍କାରେ ବାପା ମୃତ୍ୟୁ ବରଣ କରିଥିବାବେଳେ ପୁଅ ଗୁରୁତର ହୋଇଛି । ମୃତକ ହେଲେ ରେମୁଣା ବ୍ଲକ ମହାନ୍ତିପଡ଼ା ଗାଁର ମାନସ ପାଣିଗ୍ରାହୀ ।
ସୂଚନା ଅନୁସାରେ, ଆଜି ସକାଳେ ମାନସ ବାଇକରେ ତାଙ୍କ ପୁଅକୁ ସ୍କୁଲକୁ ନେବା ସମୟରେ ଜଗନ୍ନାଥପୁର ନିକଟରେ ଏକ ଡମ୍ପର ସହ ବାକର ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ବାପା ଓ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫକୀର ମୋହନ ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମାନସଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।
ତେବେ ଘଟଣାସ୍ଥଳରେ ରେମୁଣା ପୋଲିସ ଓ ରେମୁଣା ତହସିଲଦାର ପହଞ୍ଚି ମୃତ ମାନସ ପାଣିଗ୍ରାହୀଙ୍କୁ ରେଡକ୍ରସ ତରପରୁ ୨୦ ହଜାର ଟଙ୍କା ଓ ପୁଅ ଗୁରୁତର ଅବସ୍ଥାରେ ଥିବା ତାଙ୍କୁ ପାଞ୍ଚ ହଜାର ଟଙ୍କା ପ୍ରତିଶ୍ରୁତି ଦେଇ ରାସ୍ତା ଅବରୋଧ ହଟାଇଥିଲେ ।