ଗୃହ ବିଭାଗରେ ଖୁବଶୀଘ୍ର ପୂରଣ ହେବ ୧୦ ହଜାର ପଦବୀ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଗୃହ ବିଭାଗରେ ଖୁବଶୀଘ୍ର ୧୦ ହଜାର ପଦବୀ ପୂରଣ ହେବ । ଗୃହରକ୍ଷୀ ପଦବୀକୁ ୫ ହଜାର ବୃଦ୍ଧି କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି।
ଆଜି କମିଶନରେଟ ପୁଲିସ ପକ୍ଷରୁ ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆରଏସଏସ)ର ଲୋକାର୍ପଣ କରିବା ଅବସରରେ କହିଛନ୍ତି ଯେ, ଗୃହରକ୍ଷୀ ନିଯୁକ୍ତି କଟକଣାକୁ ସରକାର ହଟାଇ ଦେଇଛନ୍ତି। ରାଜ୍ୟରେ ୨୪୧୬ ଗୃହରକ୍ଷୀ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ମୋଟ ୫ ହଜାର ପଦବୀ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯିବ। ସେମାନଙ୍କ ମଜୁରୀ ମଧ୍ୟ ଅଧିକ ଦେବାକୁ ବିଚାର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ERSS ଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।