FeaturedLatestNews

ଭଡ଼ାରେ ଲାଗିବ ପରିତ୍ୟକ୍ତ ସରକାରୀ ଜମି ଓ ଘର

ଭୁବନେଶ୍ବର (ସଂକେତ ଟିଭି): ଦିର୍ଘ ଦିନ ଧରି ପଡିରହିଥିବା ସରକାରୀ ଘର ପୁଣି ନୂଆ ହେବ ଏବଂ ଭଡାରେ ଲାଗିବ। ସେଠାରେ ଦୋକାନ, କାଫେ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବ। ଏନେଇ ରାଜ୍ୟରେ ସରକାରୀ ଜମି ଓ ଘର ବା କୌଣସି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ ସମ୍ପତ୍ତିକୁ ବ୍ୟବହାର ଉପଯୋଗୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ୧୧ଟି ବିଭାଗକୁ ଚିଠି ଦେଇଛନ୍ତି । ଏନେଇ ଗୃହ ବିପଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।

ମୁଖ୍ୟ ଶାସନ ସଚିବ ଏନେଇ ପୂର୍ବରୁ ଅଲୋଚନା‌ କରିଥିବା ନିଷ୍ପତ୍ତି ଆଧାରରେ ଯେଉଁଠି ସରକାରୀ ଜମି କାର୍ଯ୍ୟକ୍ଷମ‌ ହୋଇନାହିଁ ବା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଅଥବା ବଡବଡ ମାର୍କେଟ କମ୍ପ୍ଲେକ୍ସ ବା କୌଣସି ସେଭଳି ସରକାରୀ ସମ୍ପତ୍ତି ଥିବା ସ୍ଥାନରେ ବ୍ୟବସାୟୀ କରଣ କଲା ଭଳି ଉପଯୋଗୀ ସ୍ଥାନକୁ ଚିହ୍ନଟ କରି ସେସବୁର‌ ରିପୋର୍ଟ ଦେବାକୁ ବିଭାଗ ମୁଖ୍ୟଙ୍କୁ କୁହାଯାଇଛି।