FeaturedGeneralLatestPolitics

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଡାକ୍ତରଖାନାରେ ଭର୍ତ୍ତି 

ନୂଆଦିଲ୍ଲୀ (ସଂକେତ ଟିଭି) : ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ଯ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ, ଆଡଭାନୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଡାକ୍ତର ଭିନୀତ ସୁରୀଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆପୋଲୋ ହସ୍ପିଟାଲ୍ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

୯୭ ବର୍ଷ ବୟଷ୍କ ଆଡଭାନୀଙ୍କୁ ଗତ ୪-୫ ମାସ ମଧ୍ୟରେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ଏହାପୂର୍ବରୁ ତାଙ୍କୁ ଅଗଷ୍ଟ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କିଛି ଦିନଧରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ସଂଘର୍ଷ କରିଆସୁଥିଲେ।

ଆଡଭାନୀ ୨୦୦୨ରୁ ୨୦୦୪ ଯାଏ ଅଟଳ ବିହାରୀ ବାଜପେୟୀ ସରକାରରେ ଉପପ୍ରଧାନମନ୍ତ୍ରୀ ଥିଲେ । ୨୦୧୫ରେ ଆଡଭାନୀଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । ୨୦୨୪ରେ ତାଙ୍କୁ ମୋଦୀ ସରକାର ଭାରତ ରତ୍ନରେ ସମ୍ମାନିତ କରିଥିଲେ ।