ଇଞ୍ଜିନିୟର ଅତୁଲ ସୁଭାଷ ମୃତ୍ୟୁ ଘଟଣାରେ ପତ୍ନୀ ନିକିତାଙ୍କ ସମେତ ୩ଜଣ ଗିରଫ
ବେଙ୍ଗାଲୁରୁ (ସଂକେତ ଟିଭି): ବେଙ୍ଗାଲୁରୁ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଘଟଣାରେ ସ୍ତ୍ରୀ ନିକିତା ସିଂଘାନିଆ, ତାଙ୍କ ମାଆ ନିଶା ଏବଂ ଭାଇ ଅନୁରାଗକୁ ଗିରଫ କରିଛି । ପତ୍ନୀ ନିକିତାକୁ ପୋଲିସ ଗୁରୁଗ୍ରାମରୁ ଗିରଫ କରିଥିବା ବେଳେ ମାଆ ଏବଂ ଭାଇକୁ ପ୍ରୟାଗରାଜରୁ ଗିରଫ କରିଛି । ଅତୁଲ ସୁଭାଷ ଆତ୍ମହତ୍ୟା କରିବା ପୂର୍ବରୁ ଦେଢ଼ ଘଣ୍ଟାର ଭିଡିଓ ଏବଂ ୨୪ ପୃଷ୍ଠାର ସୁଇସାଇଡ୍ ଲେଖିଥିଲେ । ଆତ୍ମହତ୍ୟା ପାଇଁ ସେ ନିଜ ପତ୍ନୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ । ପୋଲିସ ସମସ୍ତ ଗିରଫ କରିବା ପରେ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି ।
ଶୁକ୍ରବାର ବେଙ୍ଗାଲୁରୁ ପୋଲିସ ନିକିତା ସିଂଘାନିଆଙ୍କ ଜୈନପୁର ସ୍ଥିତ ଘରେ ନୋଟିସ୍ ଲଗାଇଥିଲା । ନୋଟିସରେ ୩ ଦିନ ଭିତରେ ବୟାନ ରେକର୍ଡ କରିବାକୁ କୁହାଯାଇଛି । ଏପଟେ ଆହ୍ଲାବାଦ ହାଇକୋର୍ଟରେ ତିନି ଜଣଙ୍କ ଅନ୍ତରିଣ ଜାମିନ ପାଇଁ ଆବେଦନ କରିଛନ୍ତି ।
ଭିଡିଓରେ ଅତୁଲ ସୁଭାଷ ଅଭିଯୋଗ କରିଛନ୍ତି ଯେ, ପରିବାର କୋର୍ଟର ବିଚାରପତି, ତାଙ୍କ ପତ୍ନୀ ଏବଂ ତାଙ୍କ ପରିବାରକୁ ହଇରାଣ କରିବାରେ ସମର୍ଥନ କରନ୍ତି । ଏହି ମାମଲାର ସମାଧାନ ବଦଳରେ ଟଙ୍କା ମାଗିଥିଲେ। କୋର୍ଟ କିରାଣୀମାନେ ମଧ୍ୟ ଟଙ୍କା ନେଇ ଏପରି ତାରିଖ ସ୍ଥିର କରୁଥିଲେ ଯାହା ସେମାନଙ୍କୁ ଅସୁବିଧାରେ ପକାଇବ । ଅତୁଲ ତାଙ୍କ ଶେଷ ଭିଡିଓରେ କହିଛନ୍ତି ଯେ, ଯଦି ତାଙ୍କ ମୃତ୍ୟୁ ପରେ ମଧ୍ୟ ବିଚାରପତି ଏବଂ ଦୁର୍ନୀତିଗ୍ରସ୍ତ କୋର୍ଟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ତାଙ୍କ ଅସ୍ତିକୁ କୋର୍ଟ ବାହାରେ ନାଳରେ ଫିଙ୍ଗି ଦେବେ । ଏହି ଭିଡିଓ ଟିକୁ ସୁଭାଷ ଏକ୍ସ ସିଇଓ ଏଲନ୍ ମସ୍କ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୟାଗ୍ କରିଥିଲେ ।