ଡବଲ ଗଣିତ କ୍ଲାସ୍ କଲା ଭଳି ମୋଦିଙ୍କ ଭାଷଣ ବୋରିଂ : ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସଂସଦରେ ଭାରତର ସମ୍ବିଧାନ ଉପରେ ୧୧୦ ମିନିଟ୍ର ଭାଷଣ ଦେଇଛନ୍ତି । ଯେଉଁଥିରେ ସେ ଗାନ୍ଧୀ ପରିବାର ଇତିହାସକୁ ପୁଣିଥରେ ଦୋହରାଇଥିଲେ। ଏହି ପରିବାର ମୁଣ୍ଡରେ ଯେଉଁ କଳଙ୍କ ଲାଗିଛି ତାହା କେବେ ଲିଭିବନି ବୋଲି ମୋଦୀ କହିଥିଲେ।
ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ବିରକ୍ତିକର, ଯେଉଁଥିପାଇଁ ସେ ବିରକ୍ତ ଅଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ପିଏମ ମୋଦି କିଛି ନୂଆ କିମ୍ବା ଭିନ୍ନ କଥା କହି ନାହାଁନ୍ତି, ଏହା ବିଦ୍ୟାଳୟରେ ଗଣିତର ଡବଳ ପିରିୟଡରେ ବସିବା ପରି।
ପ୍ରିୟଙ୍କା କହିଥିଲେ “ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ନଡ୍ଡା ଜୀ ହାତ ମଳୁଥିଲେ। ପୁଣି ମୋଦୀ ଜୀ ଦେଖିଲା ପରେ ଅଚାନକ ସେ ସବୁ ଶୁଣୁଛନ୍ତି ବୋଲି ଆକ୍ଟିଂ କଲେ। ଅମିତ ଶାହ ଏମିତି ମୁଣ୍ଡରେ ହାତ ମାରୁଥିଲେ। ପିୟୁଷ ଗୋୟଲ ଶୋଇବା ଭଳି ସ୍ଥିତିରେ ଥିଲେ।”
ପ୍ରିୟଙ୍କା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଛି ନୂଆ କିମ୍ବା ଗଠନମୂଳକ କଥା କହି ନାହାଁନ୍ତି, ସେ ମୋତେ ସମ୍ପୂର୍ଣ୍ଣ ଭାବେ ବିରକ୍ତ କରିଛନ୍ତି, ମୁଁ ଭାବିଲି ସେ କିଛି ନୂଆ କହିବେ, କିନ୍ତୁ ସେ ସେହି ପୁରୁଣା ଏବଂ ଖାଲି ୧୧ ଟି ପ୍ରତିଶୃତି ବିଷୟରେ କହିଛନ୍ତି ତାଙ୍କୁ ଲକ୍ଷ୍ୟ କର, ସେ କହିଛନ୍ତି ଯେ ଯଦି ଭ୍ରଷ୍ଟାଚାର ପ୍ରତି ପ୍ରକୃତରେ ଶୂନ୍ୟ ସହନଶୀଳତା ଅଛି, ତେବେ ସେ ଆଦାନୀ ଗ୍ରୁପର ବିବାଦ ଉପରେ ବିତର୍କ କରିବା ଉଚିତ୍।