ଡିସେମ୍ବରରେ ମିଳିବ ନାହିଁ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
ଭୁବନେଶ୍ୱର (ସଂକେତ ଟିଭି): ଡିସେମ୍ବରରେ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ନାହିଁ। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ପରେ ସୁଭଦ୍ରା ଟଙ୍କା ମିଳିବ। ଆବେଦନ ପତ୍ରର ଯାଞ୍ଚ ଚାଲିଛି, ଯାଞ୍ଚ ପ୍ରକ୍ରିୟା ଶେଷ ହେଲେ ସେମାନଙ୍କୁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କେୱାଇସି ଯାଞ୍ଚ ସମସ୍ୟା ଥିବାରୁ ଏବେ ୫ ଲକ୍ଷ ୧୧ ହଜାର ଆବେଦନକାରୀଙ୍କ ପାଇଁ ଆଉ ଏକ ସୁଯୋଗ। ବାଓମେଟ୍ରିକ ଜରିଆରେ କେୱାଇସି କରିହେବ । କେୱାଇସି ଅପଡେଟ ହୋଇନଥିବାରୁ ଅଟକିଛି ଏହି ସମସ୍ତଙ୍କ ଆବେଦନ । ଓଟିପି ଜରିଆରେ କେୱାଇସି କରିଥିଲେ , ଏବେ ବାଓମେଟ୍ରିକ ଜରିଆରେ କେ୍ୱାଇସି କରିବାକୁ ପଡିବ । ଏହିସବୁ କେ୍ୱାଇସି ଯାଞ୍ଚ ପରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦିଆଯିବ । କମନ ସର୍ଭିସ ସେଣ୍ଟର ବା ଜନ ସେବା କେନ୍ଦ୍ରରେ କେୱାଇସି ଯାଞ୍ଚ କରିପାରିବେ ।
ଅନ୍ୟପଟେ ଏବେ ଯାଏଁ ୩୧ ହଜାର ମହିଳା ବାଦ୍ ପଡିଛନ୍ତି। ସେମାନେ ଆଉ ଥରେ ମଧ୍ୟ ଅଭିଯୋଗ କରିପାରିବେ । ସେମାନଙ୍କ କଥାକୁ ବିଚାର କରାଯିବ । ପୋର୍ଟାଲ ଜରିଆରେ ଅଭିଯୋଗ କରିପାରିବେ ହିତାଧିକାରୀ । ବାତିଲ ହୋଇଥିବା ୨ ଲକ୍ଷ ୮୧ ହଜାର ଆବେଦନର ୧୫ ପ୍ରତିଶତ ଏବେ ବି ଜମି ସମସ୍ୟା ପାଇଁ ଅପେକ୍ଷାରେ ପଡିଛି । ସେମାନେ ବି ପୋର୍ଟାଲରେ ଆବେଦନ କରିବେ ।
ସୂଚନାଯୋଗ୍ୟ, ହିତାଧୀକାରୀଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିସାରରିଛି। ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବବୋଲି ଚର୍ଚ୍ଚା ହେଉଥିଲା। ତେବେ ଯାଞ୍ଚ ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଡିସେମ୍ବରରେ ମିଳିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।