FeaturedLatestNews

ଶୀତରେ ଥରୁଛି ଓଡିଶା, ତିନି ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀକୁ ଖସିଥିବା ସୂଚନା ମିଳିଥିବାବେଳେ ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଜ୍ୟରେ ଆହୁରି ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲଡ୍ ୱେଭ୍ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି । ୧୭ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ପାରଦ ବୃଦ୍ଧି ହୋଇପାରେ ।

ଗତ ୨୪ ଘଣ୍ଟାରେ ରାତ୍ରି ତାପମାତ୍ରା-ରାଉରକେଲା: ୫.୭ ଡିଗ୍ରୀ, ଫୁଲବାଣୀ: ୭ଡିଗ୍ରୀ, ଝାରସୁଗୁଡା: ୭.୧ଡିଗ୍ରୀ , ଦାରିଙ୍ଗବାଡି: ୭.୫ଡିଗ୍ରୀ, ଭବାନୀପାଟଣା: ୭.୮ଡିଗ୍ରୀ, ଅନୁଗୁଳ: ୮ଡିଗ୍ରୀ, କେନ୍ଦୁଝର: ୮.୮ଡିଗ୍ରୀ, ସୁନ୍ଦରଗଡ:୯ଡିଗ୍ରୀ, ଜଗତସିଂହପୁର: ୯.୫ଡିଗ୍ରୀ, ଢେଙ୍କାନାଳ:୯.୬ଡିଗ୍ରୀ, କୋରାପୁଟ: ୯.୬ଡିଗ୍ରୀ ଓ ଭୁବନେଶ୍ୱର : ୧୦.୯ଡିଗ୍ରୀ ରହିଛି ।

୧୭ରେ କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଏବଂ ରାୟଗଡ଼ାରେ ହାଲୁକା ବର୍ଷା ହୋଇପାରେ । ୧୮ରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ସମ୍ଭାବନା ରହିଛି । ୧୯ ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତିରେ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।