ଲାଞ୍ଚ ନେଇ ଧରାପଡିଲେ ଶିକ୍ଷା ବିଭାଗ କାର୍ଯ୍ୟାଳୟର ସେକ୍ସନ ଅଫିସର
ନବରଙ୍ଗପୁର (ସଂକେତ ଟିଭି): ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟର ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀ । ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ସୂଚନା ଅନୁସାରେ, ପାପଡାହାଣ୍ଡି ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟର ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀ ଜଣେ ଅବସରପ୍ରାସ୍ତ କର୍ମଚାରୀଙ୍କର ପେନ୍ସନ କରେଇଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଉକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସ ଟିମ୍ର ଦ୍ବାରସ୍ତ ହୋଇଥିଲେ। ଆଜି ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀଙ୍କୁ ଉକ୍ତ ବ୍ୟକ୍ତି ଲାଞ୍ଚ ଦେବା ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା।