ଡିସେମ୍ୱର ୨୬ରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ
ଭୁବନେଶ୍ବର (ସଂକେତ ଟିଭି): ଡିସେମ୍ୱର ୨୬ରେ ବିଜୁ ଜନତା ଦଳ ତାର ପ୍ରତିଷ୍ଠା ଦିବସ ପାଳନ କରିବ। କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେବେ। ସବୁ ନିର୍ବାଚନ ମଣ୍ଡଳିରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ହେବ। ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ଦଳ ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବ। ଗଣଦୌଡ଼ ସହ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ କରାଯିବ। ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଦେବୀ ମିଶ୍ର ସୂଚନା ଦେଇଛନ୍ତି।