FeaturedLatestNewsPolitics

ଦରଦାମ ବୃଦ୍ଧି ପ୍ରତିବାଦରେ ୬ରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର (ସଂକେତ ଟିଭି): ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ଆସନ୍ତା ଜାନୁଆରୀ ୬ରେ ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ବିଜେପି ସରକାର ଗଠନର ୬ ମାସରେ ଦରଦାମ ହୁ ହୁ ହେଇ ବଢ଼ି ଚାଲିଛି । ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ, ୫୦ ହଜାର ସୁଭଦ୍ରା, ୩00 ୟୁନିଟ ମାଗଣା ବିଜୁଳି, ୩୧୦୦ MSP, ଭତ୍ତା, ଏ ସବୁରେ ବିଫଳ ହୋଇଛନ୍ତି । ଜେପି ନିଜର ପ୍ରତିଶୃତି ପାଳନ ନ କରିବା, ଦରଦାମ ବୃଦ୍ଧି କଥାକୁ ନେଇ ଏହି ଆନ୍ଦୋଳନ କରାଯିବ ବୋଲି ବିଜେଡିର ବରିଷ୍ଠ ନେତା ତଥା ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ।

ବିଜେଡି ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଅହେତୁକ ଦର ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡକ ପଡିଛି। ଡବଲ ଇଂଜିନ ସରକାର ବିକାଶ ନାରା ଦେଇଥିଲେ, ହେଲେ ଅର୍ଥନୀତି ପରିଚାଳନାରେ ବିଫଳ ହୋଇଛନ୍ତି। ୨୦୧୪ରୁ NDA ସରକାର ଆସିବା ଦିନରୁ ଦର ବୃଦ୍ଧି ହୋଇ ଚାଲିଛି। ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ କ୍ଷତି ସହୁଛନ୍ତି। ସେପଟେ ବିନା କଟନୀ ଛଟନୀରେ ଧାନ କିଣିବା ସହ ୩୧୦୦ ଟଙ୍କା ଏମ୍‌ଏସ୍‌ପି ଘୋଷଣା କରିଥିଲେ, ହେଲେ ଏବେ ଟୋକନ ଆସିନି। ମୁଁ ବି ଚାଷୀ, ମୋର ବି ଟୋକାନ ଆସିନି। ଆନାଲାଇଜର ଯୋଗୁଁ ୮-୯ କିଲୋ କଟନୀ ଛଟନୀ ହେଉଛି। ମିଲରଙ୍କୁ ସୁହାଇବାକୁ ଆନାଲାଇଜର ଲଗା ଯାଇଛି।

ବିଜେପି ସରକାର ଆସିବାର ଛଅ ମାସ ଭିତରେ ଦରଦାମ ହୁ ହୁ ହୋଇ ବଢିଗଲା। ଦର ବୃଦ୍ଧିରେ ଏବେ ଓଡ଼ିଶା ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି। ଏହା ଚିନ୍ତାଜନକ କଥା,ହେଲେ ସରକାର ବେଫିକର ହୋଇ ବସିଛନ୍ତି। ବିଜେଡିରେ ଛାମୁଆ ସଂଗଠନ ଏହା ବିରୋଧରେ ଆନ୍ଦୋଳନ କରି ସରକାରଙ୍କ ନିଦ୍ରା ଭଙ୍ଗ କରାଯିବ। ସାରା ରାଜ୍ୟରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି ।