୨୩୧ କୋଟି ଠକେଇ ଅଭିଯୋଗରେ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷିରୋଦଙ୍କ ଘରେ ଇଡି ରେଡ୍
ଭୁବନେଶ୍ବର (ସଂକେତ ଟିଭି): ୨୩୧ କୋଟି ଠକେଇ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି । ସମ୍ବଲପୁରର ୩ଟି ଓ ଦିଲ୍ଲୀର ଗୋଟିଏ ସ୍ଥାନରେ ଇଡି ଚଢ଼ାଉ କରିଛି। ବିଶ୍ବ NGOର ଫାଉଣ୍ଡର କ୍ଷିରୋଦ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଋଣ ନେଇଥିଲେ ।
ସୂଚନା ଅନୁସାରେ, ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ କରିଛି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବାର ସୂଚନା ରହିଛି। ଖାଲି ସେତିକି ନୁହେଁ, ନୂଆଦିଲ୍ଲୀର ଗୋଟିଏ ସ୍ଥାନରେ ବି ଇଡି ଚଢ଼ାଉ କରୁଛି। କ୍ଷୀରୋଦ ମଲ୍ଲିକ ବିଶ୍ବ ଏନଜିଓର ପ୍ରତିଷ୍ଠାତା ଏବଂ ବିଶ୍ବ ଦରବାର ଯାତ୍ରାର ମାଲିକ। ସେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନଥିବା କୁହାଯାଉଛି।