ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କଲେ ରବିଚନ୍ଦ୍ରନ ଅଶ୍ୱିନ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ କ୍ରିକେଟର ଅଫ-ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ବ୍ରିସବେନର ଗାବାରେ ତୃତୀୟ ଟେଷ୍ଟ ଡ୍ରରେ ସରିବା ପରେ ଅଶ୍ଵିନ ଅଧିନାୟକ ରୋହିତ ଶର୍ମାଙ୍କ ସହ ସାମ୍ବାଦିକ ସମ୍ମିଳନୀ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି।
ଏନେଇ ଭାରତୀୟ କ୍ରିକେଟ ବୋର୍ଡ ‘ବିସିସିଆଇ’ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ବିସିସିଆଇ ପକ୍ଷରୁ ଏନେଇ ପୋଷ୍ଟ କରାଯାଇଛି । ଲେଖାଯାଇଛି,”ଧନ୍ୟବାଦ ଅଶ୍ୱିନ । ଭାରତୀୟ କ୍ରିକେଟ ଟିମର ଅଫ-ସ୍ପିନର ତଥା ଅଲରାଉଣ୍ଡର ଅନ୍ତର୍ଜାତୀୟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏକ କିମ୍ବଦନ୍ତୀ କ୍ୟାରିୟର ପାଇଁ ଅଭିନନ୍ଦନ ।”
ତୃତୀୟ ଟେଷ୍ଟର ଶେଷ ଦିନର ଆରମ୍ଭରୁ କେହି ଜଣେ ଭାରତୀୟ ଖେଳାଳି ସନ୍ୟାସ ନେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଟେଷ୍ଟ ମ୍ୟାଚର ଶେଷ ଦିନର ବିରାଟ କୋହଲି ଆର.ଅଶ୍ୱିନଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସିଥିଲେ । ଉଭୟଙ୍କ ମଧ୍ୟରୁ କେହି ଜଣେ ଅବସର ଘୋଷଣା କରିପାରନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଯାଇଥିଲା । ତେବେ ଫ୍ୟାନ୍ସଙ୍କୁ ନିରାଶ କରି ଆର.ଅଶ୍ୱିନଙ୍କ ସନ୍ୟାସ ଘୋଷଣା ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି ।
ଅଶ୍ୱିନଙ୍କ ନାମରେ ୫୩୭ ଟେଷ୍ଟ ଓ୍ବିକେଟ, ୧୫୬ ଦିନିକିଆ ଓ୍ବିକେଟ୍ ଓ ୭୨ ଟି-୨୦ ଓ୍ବିକେଟ୍ ରହିଛି । ଟେଷ୍ଟରେ ଅଶ୍ୱିନଙ୍କର ୬ଟି ଶତକ ମଧ୍ୟ ରହିଛି । ଟେଷ୍ଟ କ୍ରିକେଟରେ ଭାରତୀୟ ଖେଳାଳି ମଧ୍ୟରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଆର୍. ଅଶ୍ୱିନ୍ । ଅଶ୍ୱିନ ନିଜର ୧୩ ବର୍ଷର ଟେଷ୍ଟ କ୍ୟାରିୟରରେ ୫୩୭ ଓ୍ବିକେଟ ହାସଲ କରିଛନ୍ତି । ପୂର୍ବତନ ଭାରତୀୟ ଲେଗ ସ୍ପିନର ଅନିଲ କୁମ୍ବଲେ ନିଜ ଟେଷ୍ଟ କ୍ୟାରିଅରରେ ୬୧୯ ଓ୍ବିକେଟ ସହ ସର୍ବାଧିକ ଓ୍ବିକେଟ ହାସଲ କରିଛନ୍ତି ।