FeaturedLatestNewsPolitics

ରାହୁଲ ଗାନ୍ଧୀଙ୍କ ଧକ୍କାରେ ସାଂସଦ ପ୍ରତାପ ଷଡଙ୍ଗୀ ଆହତ

ନୂଆଦିଲ୍ଲୀ (ସଂକେତ ଟିଭି): ସଂସଦ ପରିସରରେ ପ୍ରଦର୍ଶନ ସମୟରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଆହତ ହୋଇଛନ୍ତି। ସେ ନିଜ ଆହତକୁ ନେଇ ସିଧାସଳଖ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆରୋପ ଲଗାଇଛନ୍ତି । ସଂସଦ ସିଡ଼ିରୁ ପଡ଼ି ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଥିବା କୁହାଯାଉଛି । ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲି ଦେବାରୁ ତଳେ ପଡ଼ି ସେ ଆହତ ହୋଇଥିବା ଷଡ଼ଙ୍ଗୀ କହିଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସେପଟେ ଏହାକୁ ନେଇ ରାହୁଲ କହିଛନ୍ତି ଯେ, ତାଙ୍କୁ ସଂସଦର ମୁଖ୍ୟଦ୍ୱାର ପାଖରେ ବିଜେପି ସାଂସଦ ମାନେ ତାଙ୍କୁ ଅଟକାଇବା ସହିତ ଧକ୍କା ଦେଇଥିଲେ। ଠୋଲାପେଲା ସମୟରେ ପ୍ରତାପ ଷଡଙ୍ଗୀ ପଡିଯାଇଥିବା କହିଛନ୍ତି । ସେ କହିଛନ୍ତି କିଏ ସତ କହୁଛି ଆଉ କିଏ ମିଛ ତାହା କ୍ଯାମେରାରେ କଏଦ ହୋଇଛି ।

ଆମ୍ୱେଦକର ମାମଲାକୁ ନେଇ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା ।