FeaturedLatestNews

ଶିମିଳିପାଳ ଜଗିବେ ଗୋଟିଏ କମ୍ପାନୀ ଆର୍ମଡ୍ ଫୋର୍ସ

ଭୁବନେଶ୍ବର (ସଂକେତ ଟିଭି): ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ମୁତୟନ ହେବେ ଗୋଟିଏ କମ୍ପାନୀ ଆର୍ମଡ୍ ପୋଲିସ ଫୋର୍ସ । ୧୩୧ ଜଣିଆ ଏକ ସମର୍ପିତ ସଶସ୍ତ୍ର ବା ଡେଡିକେଟେଡ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ ତିଆରି ହେବ । ଏଥିପାଇଁ ଗୃହ ସଚିବ ସତ୍ୟବ୍ରତ ସାହୁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ତିଆରି ହେବାକୁ ଥିବା ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ଜଣ ସବ୍ ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ । ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ରାଜ୍ୟ ସରକାର ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ଅନୁରୋଧ କରିଛନ୍ତି ।