ସଂସଦ ବାହାରେ ଠେଲାପେଲା ଘଟଣା : ପାଲଟା ଅଭିଯୋଗ ଆଣିଲେ ଖଡଗେ
ନୂଆଦିଲ୍ଲୀ (ସଂକେତ ଟିଭି): ସଂସଦ ବାହାରେ ଠେଲାପେଲା ଘଟଣାରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପାଲଟା ଅଭିଯୋଗ କରିଛନ୍ତି । ଅଭିଯୋଗ ଦର୍ଶାଇ ସେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ବିଜେପି ନେତାଙ୍କ ଠେଲାପେଲାରେ ସେ ମଧ୍ୟ ତଳେ ପଡିଯାଇଥିଲେ । ଏ ଘଟଣାର ତଦନ୍ତ କରିବାକୁ ଲୋକସଭା ବାଚସ୍ପତିଙ୍କୁ ସେ ଆବେଦନ କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍ ଆମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଇଥିଲେ। ଫଳରେ ଉକ୍ତ ସାଂସଦ ଜଣକ ବାଲେଶ୍ବରର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦେହରେ ପିଟି ହୋଇଯିବାରୁ ତଳେ ପଡ଼ି ନନାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଛି। ସେପଟେ ରାହୁଲ ଗାନ୍ଧି କହିଛନ୍ତି ଯେ ବିଜେପି ସାଂସଦମାନେ ତାଙ୍କୁ ଧକ୍କା ମାରିବା ସହିତ ଠେଲାପେଲା କରିଥିଲେ ।