LatestNews

ନୂଆବର୍ଷ ପାଇଁ କଠୋର ହେବ ଅବକାରୀ ବିଭାଗ

ଭୁବନେଶ୍ବର (ସଂକେତ ଟିଭି): ନୂଆବର୍ଷ ପାଇଁ କଠୋର ହେବ ଅବକାରୀ ବିଭାଗ । ଅବକାରୀ ପଲିସି ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି ।

ସେହିଭଳି ବେଆଇନ ମଦ ବିକ୍ରି ଉପରେ ମଧ୍ୟ ଅଙ୍କୁଶ ଲାଗିବ । ଯିଏ ବି ଏଥିରେ ଜଡ଼ିତ ରହିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆଉ ଦିନ କେଇଟା ପରେ ଆସୁଛି ଇଂରାଜୀ ନୂଆବର୍ଷ । ଏହି ସମୟରେ ଲୋକେ ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିବା ନଜିର ରହିଛି । ଏଥିସହ ବିଭିନ୍ନ ବାରରେ ରାତି ଅଧ ପର୍ଯ୍ୟନ୍ତ ମଦ୍ୟପାନ ଚାଲିଥାଏ । ଏହାକୁ ନଜରରେ ରଖି ଅବକାରୀ ବିଭାଗ ଏଭଳି କଠୋର ନୀତି ଆପଣାଇଛି ବୋଲି ସେ କହିଛନ୍ତି ।