ରବିନ ଉଥପ୍ପାଙ୍କ ନାଁରେ ଗିରଫ ପରୱାନା ଜାରି
ମୁମ୍ବାଇ (ସଂକେତ ଟିଭି):ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟ ରବିନ ଉଥାପ୍ପାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି ।ଭବିଷ୍ୟନିଧି ପାଣ୍ଠି(ପିଏଫ) ଆୟୁକ୍ତ ଶଦାକ୍ଷରି ଗୋପାଳ ରେଡ୍ଡୀ ଏହି ଗିରଫ ପରଓ୍ବାନା ଜାରି କରିଛନ୍ତି । ଉଥାପ୍ପାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରେଡ୍ଡୀ ପୁଲକେଶିନଗର ଥାନାକୁ ନିର୍ଦେଶ ଜାରି କରିଛନ୍ତି।
ଉଥାପ୍ପାଙ୍କ ନାମରେ ଭବିଷ୍ୟନିଧି ପାଣ୍ଠି ହେରଫେର କରିବା ନେଇ ଅଭିଯୋଗ ହୋଇଛି। ଉଥାପ୍ପାଙ୍କର ଏକ ଘରୋଇ କମ୍ପାନୀ ରହିଛି, ଯାହାର ନାଁ ହେଉଛି ସେଞ୍ଚୁରୀ ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡ। ତାଙ୍କ କମ୍ପାନୀ କର୍ମଚାରୀମାନଙ୍କ ଦରମାରୁ ପିଏଫ ଟଙ୍କା କାଟି ରଖୁଥିବାବେଳେ ତାହାକୁ ସେମାନଙ୍କ ଆକାଉଣ୍ଟରେ ଜମା କରିନାହିଁ। ଏ ବାବଦରେ ପ୍ରାୟ ୨୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି।