ରାଜ୍ୟରେ କମିବ ବର୍ଷାର ପରିମାଣ, ବଢିବ ଶୀତ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତାକାଲିଠାରୁ ରାଜ୍ଯରେ ବର୍ଷାର ପରିମାଣ କମିବ। ଏହା ସହ ରାଜ୍ୟରେ ବଢ଼ିବ ଶୀତ। ଆଜି ଓ କାଲି କୋହଲା ପାଗ ରହିବା ସହ କିଛି ସ୍ଥାନରେ କୁହୁଡ଼ି ସମ୍ଭାବନା ରହିଛି। ମାତ୍ର ଦକ୍ଷିଣ ଉପକୂଳ ଜିଲାରେ କାଲି ମଧ୍ୟ ବର୍ଷିବ । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡାରେ କାଲି ମଧ୍ୟ ବର୍ଷା ହେବ । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ୨୪ ଘଣ୍ଟା ଭିତରେ ୭୫ ମିମି ବର୍ଷା ରେକର୍ଡ ହୋଇଛି। ଜଗତସିଂହପୁରରେ ୬୧.୨ ମିଲିମିଟର, ପାରାଦୀପରେ ୬୧.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୫୧.୬ ମିମି ବର୍ଷା ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ପରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଫଳସ୍ବରୂପ ଶୀତ ବଢିବ।