FeaturedGeneralLatest

୯/୧୧ ପରି ଋଷ ଉପରେ ଆକ୍ରମଣ କଲା ୟୁକ୍ରେନ

ନୂଆଦିଲ୍ଲୀ(ସଂକେତ ଟିଭି): ରୁଷରେ ହୋଇଛି ୯/୧୧ ପରି ଆକ୍ରମଣ। ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ଥିବା ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲ୍ୟୁଟିସି)ରେ ଯେପରି ଆକ୍ରମଣ ହୋଇଥିଲା, ଠିକ ସେହିପରି ରୁଷ ଉପରେ ଆକ୍ରମଣ ହୋଇଛି । ୟୁକ୍ରେନ ଏହି ଆକ୍ରମଣ କରିଛି । ଡବ୍ଲ୍ୟୁଟିସିରେ ଆତଙ୍କବାଦୀ ବିମାନ ଦ୍ଵାରା ଆକ୍ରମଣ କରିଥିବାବେଳେ ଏଠାରେ ୟୁକ୍ରେନ ଡ୍ରୋନକୁ ବ୍ୟବହାର କରିଛି। ବିସ୍ଫୋରକ ଭର୍ତ୍ତି ଡ୍ରୋନ ସହାୟତାରେ ୟୁକ୍ରେନ ରୁଷର କାଜାନ ସହରରେ ଥିବାବଡ ବଡ ତିନୋଟି କୋଠାରେ ବିସ୍ଫୋରଣ ଘଟାଇଛି। ଯାହାର ଭୟଙ୍କର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଆକ୍ରମଣର ଭିଡିଓ ଘୂରି ବୁଲୁଛି।

ଏହି ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଆକ୍ରମଣରେ ଶିଶୁ ସମେତ ୬ ଜଣଙ୍କ ଜୀବନ ଚାଲି ଯାଇଛି । ଏହାସହ ୧୦ ଜଣ ଗୁରୁତର ହୋଇଛନ୍ତି । ଏହି ଆକ୍ରମଣ ପରେ କାଜାନ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ସେହିପରି ସ୍ଥାନୀୟ ଅଞ୍ଚଳରେ ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ କରି ଦିଆଯାଇଛି । ଋଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍ କରି କହିଛନ୍ତି ଯେ ଏହି ଡ୍ରୋନ୍ ଆକ୍ରମଣ ୟୁକ୍ରେନ ଦ୍ୱାରା ହୋଇଛି । ଅନ୍ୟ ଏକ ସୂଚନା ମୁତାବକ, ଚଳିତ ବର୍ଷ କାଜାନ ସହରରେ ବ୍ରିକ୍ସଦେଶ ସମ୍ମିଳନୀ ହୋଇଥିଲା । ଏହା ପରେ ସହର ଚର୍ଚ୍ଚାକୁ ଆସିଥିଲା ।