CulturalFeaturedLatestNews

ଜାନୁଆରୀ ପହିଲାରୁ ପୁରୀ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର (ସଂକେତ ଟିଭି): ଜାନୁଆରୀ ପହିଲାରୁ ପୁରୀ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ। ୨୭ ଏବଂ ୨୮ ତାରିଖ ସୁଦ୍ଧା ପୁରୁଣା ପ୍ରକ୍ରିୟା ପରିବର୍ତ୍ତନ ହେବେ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ତେବେ ଆଇନ୍‌ମନ୍ତ୍ରୀ ଶନିବାର ଦିନ ଶ୍ରୀମନ୍ଦିରରେ ଧାଡି ଦର୍ଶନ ନେଇ ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଥିଲେ । କାମ ସନ୍ତୋଷଜନକ ଭାବେ ଚାଲିଛି । ୨୭ ଏବଂ ୨୮ ତାରିଖ ସୁଦ୍ଧା ପୁରୁଣା ପ୍ରକ୍ରିୟାକୁ ପରିବର୍ତ୍ତନ କରାଯିବ । ଏହାପରେ ପରୀକ୍ଷା ମୂଳକ ଭାବେ ୩୦ ଏବଂ ୩୧ରେ ଧାଡି ଦର୍ଶନ ଆରମ୍ଭ ହେବ । ଶେଷରେ ୨୦୨୫ ଜାନୁଆରୀ ପହିଲାରୁ ନିୟମିତ ଭାବେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ସାତ ପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି-ଗାରଦ ଦ୍ୱାଇ ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଛା କରାଯାଇଛି । ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକମାନେ ବାହାରିବେ । ସେହିପରି ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବେ ।