FeaturedLatestNews

କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ପର୍ଯ୍ୟାପ୍ତ ପରିମାଣର ସହାୟତା : ସୁରେଶ ପୂଜାରୀ

ଭୁବନେଶ୍ବର (ସଂକେତ ଟିଭି): ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷ କ୍ଷତିଗ୍ରସ୍ତ ହୋଇଛି । ଏହି କ୍ଷୟକ୍ଷତିର ଆକଳନ ହେବ । ଏହା ସହିତ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସହାୟତା ପ୍ରଦାନ କରାଯିବ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଶନିବାର ଯାଏଁ ବର୍ଷା ଲାଗି ରହିଥିଲା । ଫଳରେ କ୍ଷୟକ୍ଷତି ଆକଳନ ହୋଇ ପାରିନାହିଁ । ମନ୍ତ୍ରୀ ବିଭୂତି ଜେନାଙ୍କୁ ଏନେଇ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ବିଭୂତି ଜେନା ସେହି ଅଞ୍ଚଳରେ ଅଛନ୍ତି । ସମସ୍ତ ଜିଲ୍ଲାପାଳ ତଥା ଆରଡିସିଙ୍କୁ ତଦାରଖ ପାଇଁ ଦାୟିତ୍ବ ଦିଆଯାଇଛି । କ୍ଷୟକ୍ଷତି ଆକଳନ ଉଦାରତାର ସହ କରିବା ପାଇଁ କୁହାଯାଇଛି । ଏହାସହ ଚାଷୀଙ୍କୁ ପର୍ଯ୍ଯାପ୍ତ ପରିମାଣରେ କ୍ଷୟକ୍ଷତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।