ଦ୍ବିତୀୟ ତାଲିକା ବାହାର କରି କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦେଶ
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବି ପୂରଣ ପ୍ରସଙ୍ଗରେ ହାଇକୋର୍ଟ ସୋମବାର ଶୁଣାଣି କରିଛନ୍ତି । ନୂଆ କଟ୍ ଅଫ୍ ମାର୍କ ସ୍ଥିର କରି ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତିରୁ ବଞ୍ଚିତ ଆଶାୟୀଙ୍କ ପିଟିସନ୍ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ସ୍କୁଲରେ ଖାଲିପଡ଼ିଥିବା ସ୍କୁଲଗୁଡ଼ିକ ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକ ପଦବି ପୂରଣ ପାଇଁ ପ୍ରକାଶ ବିଜ୍ଞପ୍ତି ପାଇଥିଲା। ଚୟନ ବିବାଦ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ନିଯୁକ୍ତି ଆରମ୍ଭ ହୋଇଥିଲା। ବିଭିନ୍ନ କାରଣରୁ ଏଯାବତ ୪ ହଜାରରୁ ଊର୍ଦ୍ଧ୍ବ ପଦବି ପୂରଣ ହୋଇପାରି ନାହିଁ। ଖାଲି ପଦବିକୁ ପୂରଣ ପାଇଁ ଆଶାୟୀ ପରୀକ୍ଷାର୍ଥୀ ହାଇକୋର୍ଟ ଯାଇଥିଲେ। କଟ୍ ଅଫ୍ ମାର୍କ କମ୍ କରି ପଦବି ପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଆଶାୟୀ ପ୍ରାର୍ଥୀମାନେ ଆଶାୟୀ ପରୀକ୍ଷାର୍ଥୀ ହାଇକୋର୍ଟ ଯାଇଥିଲେ।