FeaturedLatestNews

ପୁଣି ୨୪ ଓ ଓ ୨୫ରେ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ବର (ସଂକେତ ଟିଭି): ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ପୁଣି ୨୪ ଓ ୨୫ରେ ତାରିଖରୁ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା କିଛି କିଛି ସମ୍ଭାବନା । ଗଂଜାମ, ଗଜପତି,ରାୟଗଡ଼ା,ପୁରୀ, ମାଲକାନାଗିରି ,କୋରାପୁଟ,ଖୋର୍ଦ୍ଧା, ନୟାଗଡ଼,କଟକରେ ହାଲୁକା ବର୍ଷା ସମ୍ଭାବନା ରହିଛି।

ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି,ରାୟଗଡ଼ା, ମାଲକାନାଗିରି,କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା। ୨୪ ତାରିଖରେ ବର୍ଷା ରହିଥିବା ବେଳେ ୨୫ ତାରିଖଠୁ ଟିକେ ବର୍ଷାର ପରିମାଣ କମିବ।

ସେହିପରି ଆଗାମୀ କିଛିଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବାକୁ ଥିବା ବେଳେ ୫ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଘନ କୁହୁଡି ନେଇ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ ଏବଂ କଳାହାଣ୍ଡି ଜିଲ୍ଲା କୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ର ପ୍ରଭାବ ଅଧିକ ରହିଥିବାରୁ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷ କରି ଅମଳ ଫସଲ ଯଥାସମ୍ଭବ ଘୋଡେଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

ସେହିପରି ୨୬ରୁ ୨୮ ତାରିଖ ଯାଏଁ ପାଗ ଶୁଖିଲା ରହିବ । ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ଶୀତର ପ୍ରଭାବ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।