FeaturedLatestNews

ରାଜ୍ୟରେ ବସିବ ୩ ନୂଆ ଡପଲାର ରାଡାର୍

ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ବର, ବାଲେଶ୍ବର ଏବଂ ସମ୍ବଲପୁରରେ ଖୁବଶୀଘ୍ର ଡପଲର ରାଡାର ଲାଗିବ। ଏହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ଆକଳନ ଆହୁରି ସଠିକ ହୋଇପାରିବ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଏନେଇ ସୂଚନା ଦେଇଛନ୍ତି।

ଓଡ଼ିଶାର ପାରାଦୀପ ଏବଂ ଗୋପାଳପୁରରେ ୨ଟି ଡପଲର ରାଡାର ରହିଛି। ବର୍ତ୍ତମାନ ଆଉ ୩ଟି ସ୍ଥାନରେ ଏହି ରାଡାର ଲାଗିବ। ଅନ୍ୟପକ୍ଷରେ ଦେଶରେ ୭୩ଟି ରାଡାର ରହିଛି। ୨୦୨୬ ସୁଦ୍ଧା ଏହାକୁ ୧୨୬ରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।