FeaturedLatestSports

ଚାମ୍ପିଅନ୍ସ ଟ୍ରଫିର କ୍ରୀଡ଼ାସୂଚୀ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ (ସଂକେତ ଟିଭି): ଚାମ୍ପିଅନ୍ସ ଟ୍ରଫି ୨୦୨୫ର କ୍ରୀଡ଼ାସୂଚୀ ଆଇସିସି ଘୋଷଣା କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଫେବୃଆରୀ ୨୩ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ସହ ଦୁବାଇରେ ଖେଳିବ । ହାଇବ୍ରିଡ ମଡେଲ ଆଧାରରେ ହେବାକୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ସବୁ ମ୍ୟାଚ୍ ୟୁଏଇର ଦୁବାଇରେ ଖେଳିବ।

ଉଦଘାଟନୀ ମ୍ୟାଚ୍ ଫେବୃଆରୀ ୧୯ରେ କରାଚିରେ ଏବଂ ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୯ରେ ଲାହୋରରେ ଖେଳା ଯିବ । ଯଦି ଭାରତୀୟ ଟିମ୍‌ ଫାଇନାଲ୍‌କୁ ଯାଏ, ତେବେ ଏହି ମ୍ୟାଚ୍‌ ଦୁବାଇରେ ଖେଳା ଯିବ । ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ମ୍ୟାଚ୍‌ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯିବ । ଏହା ପରେ ଫେବୃଆରୀ ୨୦ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳା ଯିବ । ସେହିଭଳି ଫେବୃଆରୀ ୨୨ରେ ଅଷ୍ଟ୍ରେଲିଆ ବାନାମ ଇଂଲଣ୍ଡ ମ୍ୟାଚ୍‌ ଥିବା ବେଳେ ଆଫଗାନିସ୍ତାନ ପ୍ରଥମେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରିବ ।

ଗ୍ରୁପ ଏ- ବାଂଲାଦେଶ, ଭାରତ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ

ଗ୍ରୁପ ବି- ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା

ଚାମ୍ପିଅନ୍ସ ଟ୍ରଫି ସଂପୂର୍ଣ୍ଣ କ୍ରୀଡ଼ାସୂଚୀ

୧୯ ଫେବୃଆରୀ- ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, ନ୍ୟାସନାଲ୍‌ ଷ୍ଟାଡିୟମ୍‌ କରାଚି

୨୦ ଫେବୃଆରୀ- ବାଂଲାଦେଶ ବନାମ ଭାରତ, ଦୁବାଇ

୨୧ ଫେବୃଆରୀ- ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚି

୨୨ ଫେବୃଆରୀ- ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର

୨୩ ଫେବୃଆରୀ- ପାକିସ୍ତାନ ବନାମ ଭାରତ, ଦୁବାଇ

୨୪ ଫେବୃଆରୀ- ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାଓ୍ବଲପିଣ୍ଡି

୨୫ ଫେବୃଆରୀ- ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାଓ୍ବଲପିଣ୍ଡି

୨୬ ଫେବୃଆରୀ- ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର

୨୭ ଫେବୃଆରୀ-ପାକିସ୍ତାନ ବନାମ ବାଂଲାଦେଶ, ରାଓ୍ବଲପିଣ୍ଡି

୨୮ ଫେବୃଆରୀ- ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର

୧ ମାର୍ଚ୍ଚ- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚି

୨ ମାର୍ଚ୍ଚ-ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ

ସେମିଫାଇନାଲ ଓ ଫାଇନାଲ୍‌ ମ୍ୟାଚ୍

୪ ମାର୍ଚ୍ଚ- ସେମିଫାଇନାଲ୍‌ ୧, ଦୁବାଇ

୫ ମାର୍ଚ୍ଚ- ସେମିଫାଇନାଲ୍‌-୨, ଲାହୋର

୯ ମାର୍ଚ୍ଚ- ଫାଇନାଲ୍‌, ଲାହୋର