ଜାନୁଆରୀରୁ ବିକ୍ରି ହୋଇପାରିବ ପାର୍ଟ ପ୍ଲଟ୍ : ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଜାନୁଆରୀରୁ ବିକ୍ରି ହୋଇପାରିବ ପାର୍ଟ ପ୍ଲଟ୍ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ନୂଆବର୍ଷରୁ ଆଉ ରହିବନି ସମସ୍ୟା । ଡିସେମ୍ବର ୩୧ ବୈଠକରେ ସମାଧାନର ବାଟ ବାହାରିବ ବୋଲି ସେ କହିଛନ୍ତି।
ଆବଶ୍ୟକ ପଡିଲେ ରେରା ଆଇନ ସଂଶୋଧନ କରାଯିବ । ପୂର୍ବରୁ ରେରା କମିଟିକୁ ଏନେଇ କୁହାଯାଇଛି । ଆଇନ ଶବ୍ଦ ସଂଯୋଜନାରେ ଅସୁବିଧା ଅଛି । ବେଆଇନ ଭାବେ ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ ହୋଇଛି । ୩୧ ଜଣ ଜିଲ୍ଲା ରେଜିଷ୍ଟର, ସବ୍ ରେଜିଷ୍ଟରଙ୍କୁ ତାଲିକା ମଧ୍ୟ ବିଭାଗ ପ୍ରସ୍ତୁତ କରିଛି । ସେମାନଙ୍କର କେତେ ମହତ ଉଦ୍ଦେଶ୍ୟ ଥିଲା କେତେ ମନ୍ଦ ଥିଲା ତାର ମଧ୍ୟ ଖୋଳତାଡ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି । ବେଆଇନ ଭାବେ ଏହି କାମ କରିଥିଲେ ସେମାନଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।