ଲୁଟ୍ କରି ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧୀନ ବାଲିଖଣ୍ଡ ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପୁରୁଷୋତ୍ତମ ପୁର ଶାଖାରେ ପ୍ରଥମେ ଲୁଟ୍ କଲେ ଆଉ ତା’ପରେ ବ୍ୟାଙ୍କରେ ନିଆଁ ଲଗାଇଲେ ଦେଲେ ଦୁର୍ବୁତ୍ତ ।
ସୂଚନା ଅନୁସାରେ, ଲୁଟେରା ମାନେ ବ୍ୟାଙ୍କ୍ ର ପଛ ପାଖ ଝରକା ତାଡି ଭିତରକୁ ଯାଇଥିଲେ । ବ୍ୟାଙ୍କ ଭିତରେ ଥିବା ଲକର ଭାଙ୍ଗିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଲକର ରେ ନିଆଁ ଲଗାଇ ଫେରାର ହୋଇଛନ୍ତି । ସ୍ଥାନୀୟ ଲୋକେ କହିଛନ୍ତି ଯେ ରାତି ସାଢେ ୨ରେ ଜୋର୍ ଶବ୍ଦ ଶୁଭିଥିଲା ।
ସକାଳୁ ବ୍ୟାଙ୍କ୍ ନିକଟ ଏକ ମୋବାଇଲ୍ ଦୋକାନର ସଟର ଭଙ୍ଗା ଦେଖି ଲୁଟ ସନ୍ଦେହ କରିଥିଲେ । କିନ୍ତୁ ପରେ ବ୍ୟାଙ୍କ ଭିତରୁ ଧୁଆଁ ଦେଖି ଅଗ୍ନିଶମ ବାହିନୀ କୁ ଖବର ଦିଆଯାଇଥିଲା । ଭଦ୍ରକ ଅଗ୍ନିଶମ ବାହିନୀ ସହ ୩ ଗୋଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ।
ସେପଟେ ସିମୁଳିଆ ପୋଲିସ ବ୍ୟାଙ୍କରେ ପହଞ୍ଚି ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ କର୍ତ୍ତୃପକ୍ଷ କ୍ଷୟକ୍ଷତି ନେଇ କହିଚନ୍ତି ଯେ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଜଣା ପଡ଼ିବ । କିନ୍ତୁ ଲୁଟେରା ମାନେ କାଣ୍ଡ କରିବା ପରେ ବ୍ୟାଙ୍କ୍ ସିସିଟିଭି ସହ ହାର୍ଡ ଡିସ୍କ ନେଇଯାଇଥିବା ଜଣାପଡିଛି ।