FeaturedLatestNews

ମାର୍ଚ୍ଚରେ ମିଳିବ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା

ଭୁବନେଶ୍ବର (ସଂକେତ ଟିଭି): ମାର୍ଚ୍ଚରେ ମିଳିବ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା। ଦ୍ବିତୀୟ କିସ୍ତି ଟଙ୍କା ସମସ୍ତଙ୍କୁ ଏକା ସହ ଯିବ। ଜାନୁଆରୀରେ କୋଟିଏ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ। ପୂର୍ବରୁ ପ୍ରଥମ କିସ୍ତିର ୩ଟି ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି । ଆଉ ଜାନୁଆରୀ ମାସରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ସୁଶାସନ ଦିବସ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା ଦେଇଛନ୍ତି।

ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଥିଲେ ଯେ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଯିବ ଏବଂ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ।