EducationFeaturedLatestNews

ଚଳିତ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ : ମୁଖ୍ୟମନ୍ତ୍ରୀ

କଟକ (ସଂକେତ ଟିଭି): ୨୦୨୪-୨୫ ଶିକ୍ଷା ବର୍ଷରେ ଅନୁଷ୍ଠିତ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ୬ ବର୍ଷ ପରେ ହେବ ଏହି ଛାତ୍ର ସଂସଦ ନିର୍ବାଚନ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଛନ୍ତି। କଟକ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନର ଉଦଘାଟନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ‘ଛାତ୍ର ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ। ପୂର୍ବ ସରକାର କିଛି ହୀନ ଚକ୍ରାନ୍ତ କରି ଛାତ୍ର ନିର୍ବାଚନ ବନ୍ଦ କରିଥିଲେ । ୨୦୧୮ରୁ ରାଜ୍ୟରେ ବନ୍ଧ ଥିଲା ଛାତ୍ର ସଂସଦ ନିର୍ବାଚନ ।