ଚୋରି ହୋଇଥିବା୨୦ରୁ ଅଧିକ ମୋବାଇଲ୍ ଫେରାଇଲା ବାଲେଶ୍ବର ପୋଲିସ
ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ୨୦ରୁ ଅଧିକ ମୋବାଇଲ୍ ପୋଲିସ ଜବତ କରିଛି । ଏହା ସହିତ ତାକୁ ମୋବାଇଲର ମାଲିକଙ୍କୁ ଫେରାଇ ଦିଆଯାଇଛି ।
ଆଜି ବାଲେଶ୍ବର ଜିଲ୍ଲା ପୋଲିସ କାର୍ଯ୍ଯାଳୟରେ ଜବତ ହୋଇଥିବା ମୋବାଇଲ ସବୁକୁ ଫେରାଇ ଦିଆଯାଇଛି । ବାଲେଶ୍ବର ଏସପି ରାଜ ପ୍ରସାଦ କହିଛନ୍ତି ଯେ ଜିଲ୍ଲାର ବିଭିନ୍ନ ଥାନାରେ ଏନେଇ ମୋବାଇଲ ଚୋରୀମାମଲା ରୁଜୁ ହୋଇଥିଲା । ସାଇବର ସେଲ୍ ଟିମ୍ ଏକ ସ୍ବେଶାଲ ଡ୍ରାଇଭ ଜରିଆରେ ତାକୁ ଜବତ କରିଛି । ଆଗକୁ ମଧ୍ଯ ଏହି ଡ୍ରାଇଭ୍ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।