FeaturedGeneralLatestPolitics

‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ଅଭିଯାନ ଆରମ୍ଭ କରିବ କଂଗ୍ରେସ

ନୂଆଦିଲ୍ଲୀ (ସଂକେତ ଟିଭି): କଂଗ୍ରେସ ଦଳ ଜାନୁଆରୀ ୩ ପରେ ଜୟ ବାପୁ, ଜୟ ଭୀମ ଏବଂ ଜୟ ସମ୍ବିଧାନ ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନ ଅଧୀନରେ କଂଗ୍ରେସ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିବ। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଅମିତ ଶାହା ନିକଟରେ ସଂସଦରେ ଭାଷଣ ଦେବାବେଳେ ଡକ୍ଟର ଆମ୍ବେଦକରଙ୍କୁ ଅପମାନିତ କରିଥିଲେ।

ସୂଚନା ଅନୁସାରେ, କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହି ଅଭିଯାନ ଘୋଷଣା କରାଯାଇଥିଲା, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମୃତ୍ୟୁ ହେତୁ ସାତ ଦିନ ଶୋକ ପାଇଁ ଏହାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା।

ଜୟରାମ ରମେଶ କହିଛନ୍ତି ଯେ ‘ବେଲାଗାଭିରେ ଏହି ଅଭିଯାନ ଘୋଷଣା କରାଯାଇଥିଲା, କିନ୍ତୁ ମନମୋହନ ସିଂଙ୍କ ମୃତ୍ୟୁ ପାଇଁ ସାତ ଦିନ ଶୋକ ହେତୁ ଏହାକୁ ଜାନୁୟାରୀ ୩, ୨୦୨୫ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏହି ଅଭିଯାନର ଏକ ଅଂଶ ଭାବରେ ଦଳ ରାଲି ଆୟୋଜନ କରିବ। ୨୬ ଜାନୁଆରୀ ୨୦୨୫ରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜନ୍ମସ୍ଥାନରେ ଏକ ବଡ ରାଲିର ଆୟୋଜନ କରାଯିବ। ସମ୍ବିଧାନ ବଞ୍ଚାଅ ରାଷ୍ଟ୍ରୀୟ ପଦଯାତ୍ରାକୁ ୨୫ ଜାନୁଆରୀ ୨୦୨୫ ରୁ ୨୫ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ ନିଆଯିବ। ଆମର ଦାବି ହେଉଛି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କ୍ଷମା ମାଗନ୍ତୁ ଏବଂ ଇସ୍ତଫା ଦିଅନ୍ତୁ।