ଶ୍ରୀମନ୍ଦିରରେ ଠେଲାପେଲା ଯୋଗୁଁ ୧୦ ଭକ୍ତ ଅସୁସ୍ଥ
ପୁରୀ (ସଂକେତ ଟିଭି): ପୁରୀ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ସୋମବାର ଦର୍ଶନ ସମୟରେ ପ୍ରବଳ ଭିଡ଼ ପାଇଁ ବାହାରକାଠ ନିକଟରେ ଠେଲାପେଲା ଯୋଗୁଁ ୧୦ ଭକ୍ତ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ଚାରି ଜଣ ଛାତ୍ର ଥିବା ଜଣାପଡିଛି । ଅସୁସ୍ଥ ୧୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ପୁରୀ ଏସପି ଭିନୀତ ଅଗ୍ରଓ୍ବାଲ କହିଛନ୍ତି ।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର କାଦାବରଙ୍ଗ ଗାଁର ଏକ ବିଦ୍ୟାଳୟର ଛାତ୍ରମାନେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଥିଲେ। ମନ୍ଦିରରେ ପ୍ରବେଶ କରିବା ସମୟରେ ସେଠାରେ ପ୍ରବଳ ଭୀଡ ରହିଥିଲା । ନାଟ ମଣ୍ଡପ ନିକଟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।