ପ୍ରଥମ ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସଦଭାବନା ସଭାଗୃହଠାରେ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ୱର ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ ସମସ୍ତ ସରକାରୀ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ବିଧାୟକ ମାନସ କୁମାର ଦତ୍ତ ଏହି ବୈଠକ ଦ୍ୱାରା ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ ହେଉଥିବା ସରକାରୀ ପ୍ରକଳ୍ପଗୁଡିକୁ ଜନସାଧାରଣ ଆଧାରିତ କରିବା ପାଇଁ ଆନ୍ତବିଭାଗୀୟ ସମନ୍ୱୟର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ । ବିଭିନ୍ନ ବିଭାଗର କାର୍ଯ୍ୟକଳାପର ଅଗ୍ରଗତି ଏବଂ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିବା ସହିତ ସେ ଉପସ୍ଥିତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଙ୍କୁ ଏହି ସମ୍ପର୍କରେ ମଞ୍ଚାସୀନ ଅତିଥିମାନେ ପଚାରି ବୁଝିଥିଲେ । ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଡିଆଇସି, ଇଡ଼କୋ, ଜଳସେଚନ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ, ରେଳ, ଜନସ୍ୱାସ୍ଥ୍ୟ ବିଭାଜନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଟିପିଏନଓଡ଼ିଏଲ, ଜଳ ନିଷ୍କାସନ ଆଦି ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା । ଆଇଇସି ମାଧ୍ୟମରେ ଉତ୍ତମ ଜନସଚେତନତା ଉପରେ ଧ୍ୟାନ ଦେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ମାନ୍ୟବର ଅଧ୍ୟକ୍ଷା ବାଲେଶ୍ୱର ପୌରପାଳିକା ସବିତା ସାହୁ, ମଣ୍ଡଳୀୟ ବନ ଅଧିକାରୀ ଖୁସୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକ ଓ ଉପଜିଲ୍ଲାପାଳ ନୀଳଗିରି ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ବାଲେଶ୍ୱର ଶୁଭଶ୍ରୀ ରଥ ପ୍ରମୁଖ ଉପସ୍ଥିତ ଥିଲେ ।